ଆମ ସ୍କୁଲ ସାର୍ - ସ୍ନିଗ୍ଧା ସାମନ୍ତରାୟ



ଶିକ୍ଷା ଗୁରୁ ନାମେ ବିଦ୍ୟା କରି ଦାନ

ସାର ପ୍ରେରଣା ଦାୟକ 

ତାଙ୍କ ଆଦର୍ଶେ ହେଲେ ଅନୁପ୍ରାଣିତ

ଜୀବନ ହୁଏ ସାର୍ଥକ ।୧

ବିଶ୍ୱାସ ସହ ଶ୍ରଦ୍ଧା ଭକ୍ତି ରହିଲେ

ଶିକ୍ଷା ସାଧନା ବଢଇ

ଅଜ୍ଞାନ ଅନ୍ଧାର ଦୂରତ କରନ୍ତି

ଜ୍ଞାନ ଆଲୋକ ଦେଖାଇ ।୨

ବିଦ୍ୟାଳୟ ମୋହର ଶିକ୍ଷା ଜୀବନ

ଆପଣାର ସ୍କୁଲ ସାର

ଚରିତ୍ର ଗଠନ ସହ ନୈତିକତା

ଅମୂଲ୍ୟ ଦାନ ତାଙ୍କର ।୩

ଲାଠିର ପ୍ରହାର ଦେଉଥିଲେ ସିଏ

ଅମୃତ ବଚନ କହି

ସ୍କୁଲର ସେହି ଅଲିଭା ସ୍ମୃତି ସବୁ

ହୃଦରେ ବହିଛି ମୁହିଁ ।୪

ଉନ୍ନତ ଭବିଷ୍ୟତ ସାରଙ୍କ ଉଦ୍ଧେଶ୍ୟ

ଜ୍ଞାନ ,ଶିକ୍ଷା ଜ୍ୟୋତି ଜାଳି

ସାରଙ୍କ ଋଣ ସୁଝି ହେବ ନାହିଁତ

ତାଙ୍କରି ଆଦର୍ଶକୁ ଭାଳି ।୫


ସ୍ନିଗ୍ଧା ସାମନ୍ତରାୟ, 

ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର

Post a Comment

0 Comments